ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ଲାଗିବ ରୋକ

0

ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି’ ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହେବ।

ଏହି ବ୍ୟବସ୍ଥାରେ ବିଏମ୍‍ସି ପାର୍କିଂସ୍ଥଳୀରେ ରସିଦ୍‍ ବହି ବଦଳରେ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ କରାଯିବ। ଏହାଦ୍ୱାରା ସହରରେ ଚାଲିଥିବା ବେଆଇନ୍‍ ପାର୍କିଂ ଫି’ ଆଦାୟରେ ରୋକ୍‍ ଲାଗିବ ବୋଲି ବିଏମ୍‍ସି ଆଶା ରଖିଛି।

Leave a comment