ଆସନ୍ତା ୧୯ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୨୨ ଜଣିଆ ବିଜେପି ଟିମ୍
ବିଜେଡି ସରକାର ବିରୋଧରେ ଦେବେ ଫେରାଦ
ଆସନ୍ତା ୧୯ରେ ଦିଲ୍ଲୀ ଯାଇ କେନ୍ଦ୍ର ନେତୃତ୍ବକୁ ଭେଟିବେ ୨୨ ଜଣିଆ ବିଜେପି ଟିମ୍ । ଏଥିରେ ବିଧାୟକଙ୍କ ସହ ସାଂସଦ ମାନେ ବି ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବେ । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜ୍ୟାକ୍ କରିବା ଏବଂ କେନ୍ଦ୍ରୀୟ ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଇବା ନେଇ ଏମାନେ ଫେରାଦ ହେବେ ।
ସେପଟେ ବିଜେଡି କହିଛି କେନ୍ଦ୍ରୀୟ ଯୋଜନାକୁ ଭଲରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରୁଛନ୍ତି । ନିର୍ବାଚନୀ ବର୍ଷରେ ବିଜେପି ଟିମ ଦିଲ୍ଲୀ ଗସ୍ତ ସ୍ବଭାବିକ କାର୍ଯ୍ୟକ୍ରମ । ଏହାର କୋଣସି ପ୍ରଭାବ ପଡିବନି ବୋଲି ବିଜେଡି କହିଛି।
ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ କରୁଛନ୍ତି ହଡପ । କେନ୍ଦ୍ରୀୟ ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ମୋଦି ଫଟୋ ଲଗାଯାଉନାହିଁ । ଏନେଇ କେନ୍ଦ୍ରୀୟ ନେତୃତ୍ବ ଆଗରେ ଫେରାଦ ହେବ ରାଜ୍ୟ ବିଜେପି ଟିମ୍ । ଏଥିପାଇଁ ୧୯ ରେ ଦିଲ୍ଲୀ ବାହାରୁଛନ୍ତି ରାଜ୍ୟ ବିଜେପି ସଭାପତିଙ୍କ ସହ ୨୨ ବିଧାୟକ ଓ ସାଂସଦମାନେ। ବିଧାୟକ ଓ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ମଧ୍ୟ ଭେଟି ଅଭିଯୋଗ କରିବେ । ୨୦ ଓ ୨୧ ଦୁଇ ଦିନ ଦିଲ୍ଲୀରେ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟି ରାଜ୍ୟ ରାଜନୀତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି ବିଜେପି ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକ ।