ଓଡିଶା ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ

0

ଓଡିଶା ଗସ୍ତରେ ଆସିପାରନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ୫ଟି ରାଜ୍ୟରେ ନିର୍ବାଚନ ଶେଷ ପରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଚେଲ୍ଲା କୁମାର ।

ଆମେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛୁ ଓଡ଼ିଶା ଆସିବା ପାଇଁ । ସେଥିପାଇଁ ଆମେ ପ୍ରାଥମିକ ଭାବରେ ଗ୍ରାଉଣ୍ଡ ପ୍ରସ୍ତୁତ କରୁଛୁ । ବୁଥ ସ୍ତରରେ ପ୍ରସ୍ତୁତ ଖୁବ୍ ଶୀଘ୍ର ସରିଯିବ । ଏହି ମାସରେ ବୁଥ କମିଟି ଗଢ଼ିବା ଶେଷ ହେଇଯିବ । ତାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ । ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଛି ତାପରେ ସେମାନେ ଆସିବେ ।

Leave a comment