ଏଥର ଭାଙ୍ଗିବ ୫୦ ବର୍ଷର ପରମ୍ପରା; ପୁରୁଷ ବଦଳରେ ମହିଳା କରିବେ ରାବଣ ଦହନ

ରାବଣ ଦହନ କରିବେ କଙ୍ଗନା

0

ବଦଳିବ ୫୦ ବର୍ଷର ପରମ୍ପରା । ଏଥର ରାବଣ ପୁରୁଷ ନୁହଁନ୍ତି ଜଣେ ମହିଳା ପୋଡିବେ । ଆଜ୍ଞା ହଁ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏଥର ରାମଲୀଳା ମୈଦାନରେ ଆୟୋଜିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇ ରାବଣ ଦହନ କରିବେ । ଏନେଇ କଙ୍ଗନା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ତେବେ ଏହା କହିବା ଭୁଲ ହେବ ନାହିଁ ଯେ, ଅଭିନେତ୍ରୀ କଙ୍ଗନା ଇତିହାସ ରଚିବା ପାଇଁ ଯାଉଛନ୍ତି । ଏଥର ପ୍ରଥମ ଥର ରାବଣ ଦହନ ଜଣେ ମହିଳା କରିବା ପାଇଁ ଯାଉଛନ୍ତି । ଆଜି ରାଜଧାନୀ ଦିଲ୍ଲୀରେ ଦଶହରା ମହୋତ୍ସବରେ ଯୋଗଦେବେ ଏବଂ ରାବଣ ଦାହରେ ଅଂଶଗ୍ରହଣ କରିବେ ।

ସୂଚନାଥାଉ ଯେ, ପ୍ରତ୍ୟେକ ବର୍ଷ ନୂଆଦିଲ୍ଲୀ ଲବ-କୁଶ ରାମଲୀଳା ମୈଦାନରେ ରାମଲୀଳାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଅନେକ ଚଳଚ୍ଚିତ୍ର ସେଲିବ୍ରିଟି ଯୋଗ ଯୋଗ ଦିଅନ୍ତି । ପୂର୍ବର ବର୍ଷ ଅଭିନେତା ପ୍ରଭାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାବଣ ଦହନ କରିଥିଲେ । ଏଥର କଙ୍ଗନା ରଣାୱତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାବଣ ଦହନ କରିବେ ।

ସଂସଦରେ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନକୁ ଦୃଷ୍ଟିରେ ରଖି କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ଅଧ୍ୟକ୍ଷ ଅର୍ଜୁନ ସିଂ କହିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ କଥାବାର୍ତ୍ତା କରି ବାଚସ୍ପତି କହିଛନ୍ତି- ଫିଲ୍ମ ଷ୍ଟାର ହୁଅନ୍ତୁ କିମ୍ବା ରାଜନେତା ହୁଅନ୍ତୁ, ପ୍ରତିବର୍ଷ ଆମ କାର୍ଯ୍ୟକ୍ରମରେ ଏକ ଭିଆଇପି ଉପସ୍ଥିତ ଥାଏ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଜନ୍ ଅବ୍ରହାମ ମଧ୍ୟ ଭାଗ ନେଇଛନ୍ତି। ଗତ ବର୍ଷ ସାଉଥ୍ ପ୍ରସିଦ୍ଧଅଭିନେତା ପ୍ରଭାସ ଦିଲ୍ଲୀର ରାମଲିଲାରେ ରାବଣ ଦହନ କରିଥିଲେ ।

 

Leave a comment