ପିଲାଙ୍କ ରୁଟିନରେ ସାମିଲ କରନ୍ତୁ ଏହି କିଛି ଅଭ୍ୟାସ, ପିଲାଙ୍କ ମସ୍ତିଷ୍କ ବିକଶିତ ହେବା ସହ ହେବେ ଆକ୍ଟିଭ୍
ପିଲାଙ୍କର ଭଲ ଅଭିବୃଦ୍ଧି ପାଇଁ ସୁସ୍ଥ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ୍। ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଭଲ କରିବା ପାଇଁ ପୋଷକ ତତ୍ତ୍ୱ ସହ ହିଁ କିଛି ଆକ୍ଟିଭିଟିକୁ ତାଙ୍କ ରୋଟିନରେ ସାମିଲ କରିବା ଆବଶ୍ୟକ ହୋଇଥାଏ । ପିଲାର ମାଇଣ୍ଡ ( ମସ୍ତିଷ୍କ)କୁ ବିକଶିତ କରିବାକୁ ଆପଣ ତାଙ୍କର ରୁଟିନରେ କିଛି ଆକ୍ଟିଭିଟିକୁ ସାମିଲ କରନ୍ତୁ। ଏହା ସାହାଯ୍ୟରେ ତାଙ୍କର ମସ୍ତିଷ୍କ ପ୍ରଖର ହେବା ସହ ତାଙ୍କୁ ଆକ୍ଟିଭ ରହିବାରେ ସାହାଯ୍ୟ ମିଳିବ।
ପିଲାଙ୍କ ମାଇଣ୍ଡକୁ କେମିତି ବିତଶିତ କରିବେ –
ପୁସ୍ତକ ପଢାନ୍ତୁ: ରିପୋର୍ଟ ଅନୁସାରେ ପିଲା ଯେତେ ଅଧିକ ପଢ଼ନ୍ତି ତ ସେ ସେତିକି ହିଁ ଅଧିକ ଚତୁର ହୁଅନ୍ତି। ଅଳ୍ପ ବୟସରେ ହିଁ ଭିନ୍ନ ଭିନ୍ନ ଶୈଳୀର ପୁସ୍ତକ ପଢ଼ିବା ପାଇଁ ମୋଟିଭେଟ୍ କରାନ୍ତୁ। ପଢିବା ଦ୍ୱାରା ନୂଆ ନୂଆ ଜିନିଷକୁ ଶିଖିବାରେ ଆଗ୍ରହ ଜାତ ହେବ। ଏମିତି କରିବା ଦ୍ୱାରା ପିଲାଙ୍କୁ ତଥ୍ୟକୁ ଦୀର୍ଘ ଦିନ ଧରି ମନେରଖିବାରେ ସାହାଯ୍ୟ ମିଳିବ। ପୁସ୍ତକ ପଢ଼ିବା ପରେ ଆପଣ ପିଲାଙ୍କ ଠାରୁ କାହାଣୀ ବିଷୟରେ ତାଙ୍କର ମତ ନିଶ୍ଚୟ ନିଅନ୍ତୁ।
ମ୍ୟୁଜିକ୍ ଶୁଣାନ୍ତୁ: ପିଲାଙ୍କୁ କମ୍ ବୟସରୁ ହିଁ ଅଲଗା ଅଲଗା ପ୍ରକାରର ଗୀତ ଶୁଣାନ୍ତୁ। ଏହା ବ୍ୟତୀତ ଆପଣ ପିଲାଙ୍କୁ କିଛି ମ୍ୟଜିକାଲ ଇନଷ୍ଟ୍ରୁମେଣ୍ଟ ବଜାଇବା ମଧ୍ୟ ଶିଖାଇ ପାରିବେ। ଏମିତି କରାଇବାରେ ପିଲାଙ୍କ ସ୍କୁଲ ସ୍କୋରରେ ବି ବୃଦ୍ଧି ହୋଇପାରେ।
ପଜଲ ସଲ୍ଭ: ଏହି ସମୟରେ ପିଲାମାନେ ବହୁତ ମୋବାଇଲ ବ୍ୟବହାର କରିଥାନ୍ତି, ଯେଉଁଥିରେ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ପିଲାଙ୍କ ମସ୍ତିଷ୍କକୁ ପ୍ରଖର କରିବା ପାଇଁ ସବୁଠୁ ଭଲ ଅଭ୍ୟାସ ପଜଲ ଗେମ୍ସ ହୋଇଥାଏ। ପିଲାଙ୍କୁ ପ୍ରତିଦିନ ୧୫-୨୦ମିନିଟ୍ ପର୍ଯ୍ୟନ୍ତ ପଜଲ ସଲ୍ଭ କରିବାକୁ ଦେଇ ପାରିବେ । ଏଥିରେ ପିଲାଙ୍କର ମସ୍ତିଷ୍କ ପ୍ରଖର ହୋଇଥାଏ ।
ଠିକ୍ରେ ଖୁଆନ୍ତୁ: ଶାରୀରିକ ଓ ମାନସିକ ବିକାଶ ପାଇଁ ଭଲ ପୋଷଣ ଆବଶ୍ୟକ ହୋଇଥାଏ । କମ୍ ବୟସରେ ହିଁ ପୌଷ୍ଟିକ ଓ ସୁସ୍ଥ ଖାଦ୍ୟ ଖୁଆଇବା ଦ୍ୱାରା ତାଙ୍କୁ ସ୍ମାର୍ଟ କରିବା ଓ ସୁସ୍ଥ ଖାଇବାର ଅଭ୍ୟାସକୁ ବିକଶିତ କରାଇବାରେ ସାହାଯ୍ୟ ମିଳିପାରେ ।
ମେଡିଟେସନ: ପିଲାଙ୍କ ମସ୍ତିଷ୍କ ତୀକ୍ଷଣ କରିବାକୁ ଆପଣ ପିଲାଙ୍କୁ ଧ୍ୟାନର ଅଭ୍ୟାସ କରାନ୍ତୁ। ଚେଷ୍ଟା କରନ୍ତୁ କି ପିଲାଙ୍କୁ ପ୍ରତିଦିନ ଧ୍ୟାନ କରାନ୍ତୁ। ଏହି ପିଲାର ମସ୍ତିଷ୍କକୁ ଶାନ୍ତ କରାଇବାରେ ସାହାଯ୍ୟ କରିଥାଏ।