ଆଉ ରାଜ୍ୟରେ ଖୋଲିବନି ନୂଆ ଠିପି ବନ୍ଦ ମଦ ଦୋକାନ, ଏଣିକି ସମୁଦ୍ର କୂଳରେ ମିଳିବ ମଦ

0

ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ଖୋଲିବନି ନୂଆ ଠିପି ବନ୍ଦ ମଦ ଦୋକାନ । ଗ୍ରାମାଞ୍ଚଳରେ ବି କୌଣସି ପ୍ରକାର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଞ୍ଚଳରେ ଥିବା ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିବେ ।

ବିଦେଶୀ ମଦ ମୂଲ୍ୟ ବଢିବ । ଏଣିକି ବିୟର ପାର୍ଲର ଓ ସମୁଦ୍ର କୂଳରେ ୱାଇନ୍ ମିଳିବ । ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ କରିବ ଅବକାରୀ ବିଭାଗ ।

ନୂଆ ନିୟମ ମୁତାବକ, –

-କୌଣସି ମଦ ଦୋକାନରେ ‘ସରକାରୀ’ ଉଲ୍ଲେଖ ରହିବ ନାହିଁ

– ସାଇନ୍ବୋର୍ଡରେ ‘ସ୍ୱୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ

– ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରହିପାରିବ ନାହିଁ

– ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ

– ଖୋଲିବା ଏବଂ ବନ୍ଦ ହେବା ସମୟ ଉଲ୍ଲେଖ କରିବେ

– ମଦ କିଣିବାକୁ ଥିବା ଲୋକର ବୟସ ସମ୍ବନ୍ଧରେ ଲେଖାଯିବ

– ମଦ୍ୟପାନ ‘ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ

– ପୂର୍ବଭଳି ହୋମ୍ ଡେଲିଭରି ଜାରିରହିବ

– କୋଭିଡ୍ ପାଇଁ ‘ସାମାଜିକ ଦୂରତା’ ନିୟମ ବଳବତର ରହିବ

ଓଟିଡିସି ଓ ଆଇଟିଡିସି ହୋଟେଲୁ ଅଧା ଦରରେ ଅନ୍ ସପ୍ ଲାଇସେନ୍ସ ଯୋଗାଇଦିଆଯିବ । ଯଦି ଏହାର ଘରୋଇକରଣ ହୋଇଥିବ ତେବେ ଏହାର ସୁବିଧା ମିଳିବନାହିଁ । ଇକୋ ରିଟ୍ରିଟ୍ ତଥା ସମୁଦ୍ର କୂଳରେ ଏଣିକି ମିଳିବ ମଦ । ବିଦେଶରେ ପ୍ରସ୍ତୁତ ମଦ , ୱାଇନ୍, ଓବିୟର ଦର ଅପରିବର୍ତ୍ତିତ ରହିବ । ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳ ର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରି ଉପରେ ନିୟମ କଡାକଡି କରାଯିବ । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜରି ହୋଇଥିବା ନୂଆ ଅବକାରୀ ନିୟମ ଏପ୍ରିଲ ପହିଲାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଳବତ୍ତର ରହିବ ।

ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କହିଛନ୍ତି ଲୋକେ ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲ୍ଡରଙ୍କଠାରୁ।

Leave a comment