ନବରଙ୍ଗପୁର ଗସ୍ତର ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ
ଗତକାଲିଠାରୁ ନବରଙ୍ଗପୁର ଦୁଇଦିନିଆ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଗତକାଲି ଭଳି ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ପ୍ରଥମେ ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ କରିବା ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବାର ବ୍ୟବସ୍ଥା ରହିଛି । ଏହାପରେ ସେ ପୋଡାଗଡା, ବିଦ୍ରି, ଉମରକୋଟ, ଜାମରୁଣ୍ଡା ପରିଦର୍ଶନ କରିବେ ।
ଗତକାଲି ପ୍ରଥମ ଦିନରେ 5T ସଚିବ ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ, ବିଭିନ୍ନ ସମ୍ପ୍ରଦାୟ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାର ବିକାଶରେ କେଉଁ ସବୁ ଅସୁବିଧା ରହିଛି ଓ ଏହାର କିଭଳି ସମାଧାନ ହେବା ସହ କିଭଳି ଅଧିକରୁ ଅଧିକ ବିକାଶ କରାଯିବ ସେନେଇ ଆଲୋଚନା କରିଥିଲେ ।
ଏହାପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିଥିଲେ 5T ସଚିବ । ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଥିଲେ 5T ସଚିବ । ମନ୍ଦିରର ଉନ୍ନତି ନେଇ ପୂଜକ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି । କାଳିକୃଷ୍ଣ ମନ୍ଦିର କମିଟି ମଧ୍ୟ 5T ସଚିବଙ୍କୁ ଭେଟି ମନ୍ଦିରର ଉନ୍ନତୀ ପାଇଁ ଅନୁରୋଧ କରିଛନ୍ତି । ପରେ ନବରଙ୍ଗପୁରର ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ରାତ୍ରୀ ଭୋଜନ କରିଥିଲେ 5T ସଚିବ ।