ପୁଣି ୫ ଦିନ ରିମାଣ୍ଡରେ ଗୋପାଳ; ହେବ ନାର୍କୋ ଟେଷ୍ଟ
ପୁଣି ୫ ଦିନ ରିମାଣ୍ଡରେ ଯିବ ନବ ଦାସଙ୍କ ହତ୍ୟାକାରୀ ଗୋପାଳ । ତୃତୀୟ ଦଫାରେ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି । ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଲା ଗୋପାଳ । ୫ ଦିନ ରିମାଣ୍ଡ ଓ ଟେଷ୍ଟ ଅନୁମତି ଦେଲେ ଜେଏମଏଫସି କୋର୍ଟ ।
ସୂଚନାଯୋଗ୍ୟ ବୁଧବାର ଗୋପାଳର ରିମାଣ୍ଡ ଅବଧି ଶେଷ ହୋଇଥିଲା।ସେହିପରି ଗୋପାଳର ନାର୍କୋ ଟେଷ୍ଟ ପାଇଁ କ୍ରାମଇବ୍ରାଞ୍ଚ ପକ୍ଷରୁ ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା ।