ଯଦି ଅଫିସ ଆସୁଛନ୍ତି, ଘରକୁ ଫେରି ଯାଆନ୍ତୁ

ଏଲନ୍ ମସ୍କ ଟ୍ୱିଟର ନୂତନ ମାଲିକ ହେବାପରେ ଚର୍ଚ୍ଚା ହେଉଥିଲା ଖୁବ୍ ଶୀଘ୍ର କମ୍ପାନୀର ବହୁ କର୍ମଚାରୀଙ୍କୁ ଛଟେଇ କରାଯିବ। ଏବେ ଏହି ଆଶଙ୍କା ସତ ହୋଇଛି। କମ୍ପାନୀ ନିଜର ସବୁ କର୍ମଚାରୀଙ୍କୁ ଇମେଲ ପଠାଇ ଏହା କହିଛି ଯେ, ତାଙ୍କର ଚାକିରୀ ରହିବ କି ନାହିଁ। ଏହା ସହିତ କର୍ମଚାରୀଙ୍କୁ ଶୁକ୍ରବାର ଅଫିସ ଆସିବାକୁ ମନା କରିଦିଆଯାଇଛି।
ନିଜର ମେଲ୍ ଜରିଆରେ କର୍ମଚାରୀଙ୍କୁ ଟ୍ୱିଟର ପକ୍ଷରୁ କୁହାଯାଇଛି, ଯଦି ଆପଣ ଅଫିସରେ ଅଛନ୍ତି କିମ୍ବା ଅଫିସ ରାସ୍ତାରେ ଅଛନ୍ତି ତେବେ ଘରକୁ ଫେରି ଯାଆନ୍ତୁ।’
ଉଲ୍ଲେଖନୀୟ ଯେ, ୨୭ ଅକ୍ଟୋବର ୨୦୨୨ ରେ ଏଲନ୍ ମସ୍କ ଟ୍ୱିଟର ସହିତ ଡିଲ୍(ଏଲନ୍ ମସ୍କ ଟେକ୍ ଓଭର) ପୁରା କରିବା ମାତ୍ରେ ସୋସିଆଲ ମିଡିଆରେ କମ୍ପାନୀକୁ ଟେକ୍ଓଭର କରିଥିଲେ। ଏହାପରେ ସବୁଠାରୁ ପ୍ରଥମେ କମ୍ପାନୀର ଶୀର୍ଷ ପଦବୀରେ ଥିବା ଅଧିକାରୀଙ୍କୁ ବାହାର କରାଯାଇଥିଲା। ଏଥିରେ କମ୍ପାନୀର ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲ, ସିଏଫ୍ଓ ଥିବା ନେଡ୍ ସେଗଲ, କମ୍ପାନୀର ଲିଗାଲ ପଲିସ, ଟ୍ରଷ୍ଟ ଓ ସେଫ୍ଟି ବିଭାଗର ହେଡ୍ ଥିବା ବିଜୟା ଗଡେଙ୍କ ନାଁ ରହିଛି। ଏଲନ୍ ମସ୍କ ଟ୍ୱିଟର କିଣିବା ପାଇଁ ୪୪ ବିଲିୟନ ଡଲାର ଡିଲ୍ କରିଛନ୍ତି। ସେ ଏବେ ନିଜ ଟଙ୍କା ଆଦାୟ କରିବାପାଇଁ କମ୍ପାନୀରେ ବଡ ସ୍ତରରେ ଛଟେଇ କରୁଛନ୍ତି, ଯାହାଫଳରେ କମ୍ପାନୀକୁ ପ୍ରଫିଟେବଲ କରିହେବ।