ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନୂଆ ଠିକଣା ଝାରପଡା ଜେଲ

0

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ତଳ କୋର୍ଟ ଜଗବନ୍ଧୁଙ୍କ ଜାମିନ ଖାରଜ କରିଦେଇଛନ୍ତି। ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ଫଳରେ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଜଗବନ୍ଧୁଙ୍କ ନାଁ‌ରେ ମଧ୍ୟ ଅର୍ଚ୍ଚନାଙ୍କ ପରି ସମାନ ଦଫା ଲାଗିଛି।

ଜଗବନ୍ଧୁଙ୍କ ଓକିଲ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ପୁନଶ୍ଚ ଜାମିନ ଆବେଦନ କରାଯିବ।

ସୂଚନାଯୋଗ୍ୟ, ଆଜି ଅପରାହ୍ଣରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ଜଗବନ୍ଧୁଙ୍କୁ ହାଜର କରାଯାଇଥିଲା। ଆଜି ସକାଳୁ ଜଗବନ୍ଧୁଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପ୍ରଥମେ ଖଣ୍ଡଗିରି ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ କୋର୍ଟ ଚାଲାଣ କରାଯାଇଥିଲା।

Leave a comment