ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ କ୍ରିକେଟର୍ ଶିଖର ଧୱନ
ବଲିଉଡ ଆଉ କ୍ରିକେଟର ସମ୍ପର୍କ ବେଶ୍ ପୁରୁଣା। ଅନେକ କ୍ରିକେଟର୍ ଫିଲ୍ମରେ କାମ କରିସାରିଛନ୍ତି। ଅଜୟ ଜାଡେଜା, ରୋହିତ ଶର୍ମା, ହରଭଜନ ସିଂହ, ଅନୀଲ କୁମ୍ବଲେ ଓ ସଲିଳ ଅଙ୍କୋଲ ଭଳି ନାଁ ଏଥିରେ ସାମିଲ ଅଛି। ଏବେ ଏହି ତାଲିକାରେ ଆଉ ଜଣେ କ୍ରିକେଟର୍ଙ୍କ ନାଁ ଯୋଡି ହେବାକୁ ଯାଉଛି।
ନିକଟରେ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସରିଜରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ଶିଖର ଧୱନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
କ୍ରିକେଟ୍ ପିଚ୍ରେ ଛଉକା ଛକା ମାରୁଥିବା ଏହି କ୍ରିକେଟର୍ ଏବେ ଫିଲ୍ମ ଦୁନିଆରେ ମଧ୍ୟ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି।
ଅପ୍କମିଂ ଫିଲ୍ମ ‘ଡବଲ ଏକ୍ସେଲ’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବେ କ୍ରିକେଟର୍ ଗବର୍ ଓରଫ ଶିଖର ଧୱନ। ଏହି ଫିଲ୍ମରେ ସେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶିଙ୍କ ସହ ନଜର ଆସିବେ। ଫିଲ୍ମର ଏକ ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଧୱନ ହୁମା କୁରେଶିଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।