କରୋନା ପରେ ଚାଇନାରେ କାୟା ମେଳିଲାଣି ଲଙ୍ଗ୍ୟା, ଜଣାନ୍ତୁ ଏହା କିପରି ହୁଏ ଓ ଏହାର ଭୟାବହତା ବିଷୟରେ କିଛି

0

ଚାଇନାର ସାନଡଙ୍ଗ ଏବଂ ହେନାନ ପ୍ରୋଭିନସେସ୍‌ରେ ୩୫ ଜଣଙ୍କଠାରେ ଏକ ନୂତନ ଭୂତାଣୁ ଲଙ୍ଗ୍ୟା ହେନିପାଭାଇରସ୍ ସଂକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏହା ହେଣ୍ଡ୍ରା ଏବଂ ନିପା ଭାଇରସ୍ ସହିତ ଜଡିତ, ଯାହା ମଣିଷ ଶରୀରେ ରୋଗ ସୃଷ୍ଟି କରିଥାଏ । ନୂଆ ଭୂତାଣୁ ବାବଦରେ କୌଣସି ସଠିକ୍ ତଥ୍ୟ ସ୍ପଷ୍ଟ ହୋଇନଥିବାବେଳେ, ଏହା ମଣିଷରୁ ମଣିଶକୁ ବ୍ୟାପୁଥିବା କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଲଙ୍ଗ୍ୟା ଭୂତାଣୁର ଲକ୍ଷଣ, ନିରାକରଣ ଏବଂ ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ ।

କେତେ ଅସୁସ୍ଥ କରୁଛି ଲଙ୍ଗ୍ୟା ?
ଚାଇନାର ଅନୁସନ୍ଧାନକାରୀମାନେ ପ୍ରଥମେ ଏହି ନୂତନ ଭୂତାଣୁକୁ ନିୟମିତ ଟ୍ରିଟେମେଣ୍ଟ କରୁଥିବା ଜ୍ୱରରେ ପୀଡିତ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ପାଇଥିଲେ । ଯେଉଁମାନେ ପଶୁମାନଙ୍କ ସଂମ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ଜୀବାଣୁ ଚିହ୍ନଟ ହେବା ପରେ ଅନୁସନ୍ଧାନକାରୀ ଅନ୍ୟ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି କି ନାହିଁ ନୀରିକ୍ଷଣ କରିଥିଲେ । ରିପୋର୍ଟ ହୋଇଥିବା ଲକ୍ଷଣଗୁଡ଼ିକ ପ୍ରାୟତଃ ସାମାନ୍ୟ ଜ୍ୱର, ଥକାପଣ, କାଶ, ଭୋକ ହ୍ରାସ, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଏବଂ ମୁଣ୍ଡବିନ୍ଧା ପରି ଦେଖାଯାଉଥିଲା । ତେବେ ରୋଗୀମାନେ କେତେ ଦିନ ଅସୁସ୍ଥ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

କମ୍ ଲୋକଙ୍କ ଠାରେ ନିମୋନିଆ, ଯକୃତ ଏବଂ କିଡନୀରେ ଅସ୍ୱାଭାବିକତା ସହିତ ଅଧିକ ଜଟିଳତା ରହିଥିଲା । ତେବେ ଏହି ଅସ୍ୱାଭାବିକତାର ଗମ୍ଭୀରତା, ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ଏବଂ କୌଣସି ମାମଲା ସାଂଘାତିକ ହୋଇଥିବାର ରିପୋର୍ଟ କରାଯାଇ ନାହିଁ ।

କେଉଁଠୁ ଆସିଲା ଲଙ୍ଗ୍ୟା ଭୂତାଣୁ ?

ଘରୋଇ କିମ୍ବା ବନ୍ୟଜନ୍ତୁ ଜୀବାଣୁଙ୍କର ଉତ୍ସ ହୋଇଥାଇ ପାରେ ବୋଲି ଅନୁସନ୍ଧାନ ମଧ୍ୟ କରାଯାଇଛି । ପୂର୍ବରୁ ଅଳ୍ପ ସଂଖ୍ୟକ ଛେଳି ଏବଂ କୁକୁର ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଥିଲା । ସମ୍ଭବତଃ ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆସିବା ପାରେ ସଂକ୍ରମିତ ହୋଇଥାଇ ପାରନ୍ତି ।

ଲଙ୍ଗ୍ୟା ଭୂତାଣୁ ପ୍ରକୃତରେ ଏହି ରୋଗ ସୃଷ୍ଟି କରୁଛି କି ?
ଅନୁସନ୍ଧାନକାରୀମାନେ ଏହି ନୂତନ ଭୂତାଣୁ ବାବଦରେ ଜାଣିବା ପାଇଁ ମେଟେଜେନୋମିକ୍ ଆନାଲିସିସ୍ ନାମକ ଏକ ଆଧୁନିକ କୌଶଳ ବ୍ୟବହାର କରିଥିଲେ । ଅନୁସନ୍ଧାନକାରୀମାନେ ସମସ୍ତ ଜେନେଟିକକୁ କ୍ରମାନୁସାରେ ପରୀକ୍ଷଣ କରିବା ପରେ ଏହା ଏକ ନୂଆ ଭୂତାଣୁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ଭୂତାଣୁ ସଂକ୍ରମଣର କାରଣ କି ନାଁ ତାହା ବୈଜ୍ଞାନିକମାନେ ସ୍ପଷ୍ଟ କରିନାହାନ୍ତି ।

ଏକ ନିର୍ଦ୍ଦିଷ୍ଟ ମାଇକ୍ରୋ-ଅଣୁଜୀବ ରୋଗ ସୃଷ୍ଟି କରେ କି ନାହିଁ ତାହା ଜାଣିବା ପାଇଁ ଆମେ ପାରମ୍ପାରିକ ଭାବରେ କୋଚ୍‌ର ପୋଷ୍ଟୁଲେଟ୍ସ ବ୍ୟବହାର କରିଛୁ:

-ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ, ସୁସ୍ଥ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଯାଉ ନାହିଁ ।

-ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସଂଗରୋଧରେ ରହିବା ଆବଶ୍ୟକ ।

-ସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ଥିବାରୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସଂଗରୋଧରେ ରଖିବା ଆବଶ୍ୟକ ।

Leave a comment