ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍
ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍। ଏ ନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ। ସେମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଅବଗତ କରାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ବାଲେଶ୍ୱରରେ ପ୍ରୋଜେକ୍ଟ କରିବ କମ୍ପାନୀ ।
ଗତକାଲି କ୍ଷେତ୍ର ପରିଦର୍ଶନ କରିଥିଲା ଆରବିଆଇ ଟିମ୍ ଓ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି କମ୍ପାନୀ ବାଲେଶ୍ୱରରେ ଏକ ବ୍ୟାଙ୍କ ନୋଟ୍ ମିଲ୍ ସ୍ଥାପନ କରିବା ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି। ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।