ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପରଲୋକ

0

ସମାଜବାଦୀ ପାର୍ଟିର ସଂରକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଶନିବାର ଦ୍ୱିପହରରେ ପରଲୋକ ଘଟିଛି । ଅନେକ ଦିନରୁ ତାଙ୍କ ଫୁସଫୁସରେ ସମସ୍ୟା ଥିଲା । ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶନିବାର ଦ୍ୱିପହରରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ମୁଲାୟମ-ସାଧନାଙ୍କ ପ୍ରେମ କାହାଣୀ ଉତ୍ତରପ୍ରଦେଶ ରାଜନୀତିକୁ ମଧ୍ୟ ବେଶ ରୋଚକ କରିଦେଇଥିଲା । କାରଣ ମୁଲାୟମଙ୍କ ବଡ ପୁଅ ଅଖିଳେଶ ସମାଜବାଦୀ ପାର୍ଟିକୁ ଆଗକୁ ନେଇଥିବାବେଳେ ସାଧନାଙ୍କ ପୁଅ ଓ ବୋହୂ ଅପର୍ଣ୍ଣା ଯାଦବ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ମୁଲାୟମ ସିଂଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା ମାଳତୀ ଦେବୀଙ୍କର ଦେହାନ୍ତ ହୋଇଥିଲା ।

Leave a comment