ଆଜି ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ(କେସିଆର) ରବିବାର ଓଡ଼ିଶା ଆସୁଛନ୍ତି । ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କେସିଆର ସେଠାରେ ରାତ୍ରିଯାପନ କରି ବିଜେଡି ନବୀନଙ୍କ ସହ ଆଲୋଚନା କରିବେ । ଏହାକୁ ନେଇ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି ।

ନିକଟରେ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟ ଏବଂ ଭାଜପାକୁ ବିଧାନସଭା ନିର୍ବାଚନରେ ମାତ୍‌ ଦେଇ କେସିଆର ଦ୍ୱିତୀୟଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ କିଛି ମାସ ପୂର୍ବରୁ କେସିଆର-ନବୀନଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେସିଆର ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ । ନବୀନ-କେସିଆର-ମମତାଙ୍କ ରାଜନୈତିକ ଅଙ୍କ ଉଭୟ ବିରୋଧୀ ଉପା ଏବଂ ଶାସକ ଦଳ ଉପରେ ପଡ଼ିବ । 

Leave a comment