ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ: ଭଲ ଲାଗିଲାନି ଭାଙ୍ଗିଦେଲି – ସନ୍ଦିଗ୍ଧ

0

ପୁରୀ : ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ । ପୁରୀ ଏସ୍ପି କନୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ ଜଗନ ମହାପାତ୍ର । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ଶ୍ରୀମନ୍ଦିରରେ ଏଭଳି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଅଭିଯୁକ୍ତ । ତେବେ କାହିଁକି ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯେତିକି ଜଣାପଡିଛି ଅଭିଯୁକ୍ତ କହିଛି ଯେ, ଭଲ ଲାଗିଲାନି ବୋଲି ଚୂଲି ଭାଙ୍ଗିଦେଲି । ଆଗକୁ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରାଯିବ । ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯାଇପାରେ । ଏହାସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ ବୋଲି ଏସପି କହିଛନ୍ତି ।
ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ପୁରୀ ଏସ୍‌ପି କହିଛନ୍ତି, ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ। ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ। ସେଠାରୁ ସେ ପୁରୀ ସି-ବିଚ୍‌କୁ ଗାଲିଗଲେ। ସେଠାରେ ଗାଧୋଇ ଟ୍ରେନ୍‌ରେ ଫେରାର ହୋଇଯାଇଥିଲେ। ଏହି ସମସ୍ତ ଘଟଣା ଅଭିଯୁକ୍ତ ଜଣକ ଜେରା ବେଳେ ବଖାଣିଥିବା କହିଛନ୍ତି ଏସ୍‌ପି।

Leave a comment