ପଂଜାବରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ

0

ଚଣ୍ଡୀଗଡ଼ : ପଂଜାବରେ ଆଜି ତାଙ୍କର କ୍ୟାବିନେଟଙ୍କ ପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହେଉଛି । ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ପରେ ସରକାର ଗଢ଼ିଛି। ୨ ଦିନ ପୂର୍ବରୁ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ଆଜି ପଂଜାବରେ ତାଙ୍କର କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଭଗୱନ୍ତ ମାନଙ୍କ ନେତୃତ୍ୱରେ ୧୦ ମନ୍ତ୍ରୀ ପଦ ଏବଂ ଗୋପନୀୟତାର ସହିତ ଶପଥ ନେବେ । ଭଗୱନ୍ତ ମାନ ଗତ ୧୬ ତାରିଖରେ ଶପଥ ଗ୍ରହଣ କରିଥିଲେ । ମାନଙ୍କ କ୍ୟାବିନେଟରେ ଯେଉଁମାନେ ସାମିଲ ହେବେ, ସେମାନେ ସାମାଜିକ କାର୍ଯ୍ୟକର୍ତ୍ତା, ଡାକ୍ତର ଓ ଇଞ୍ଜିନିୟର ମଧ୍ୟ ଅଛନ୍ତି । ଏଥି ସହିତ ୨ ଜଣ ଚାଷୀ, ଜଣେ ବ୍ୟବସାୟୀ ଓ ୩ ଜଣ ଓକିଲ ମଧ୍ୟ ରହିବେ, ଯେଉଁମାନେ କି ପଂଜାବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଛନ୍ତି ।

ପଂଜାବରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଥିଲା। ମୋଟ ୧୧୭ ଆସନରୁ ୯୨ଟି ଆମ ଆଦମୀ ପାର୍ଟିର ବିଧାୟକ ଜିତିଥିଲେ । ଭଗୱନ୍ତ ମାନ୍ ୫୮ ହଜାର ଭୋଟରେ ଧୁରୀ ଆସନରୁ ବିଜୟୀ ହୋଇଥିଲେ । କଂଗ୍ରେସକୁ ୧୮, ବିଜେପିକୁ ୨ ଓ ଅକାଳୀ ଦଳକୁ ୪ଟି ଆସନ ମିଳିଥିବା ବେଳେ ଅନ୍ୟକୁ ଗୋଟିଏ ଆସନରେ ବିଜୟ ମିଳିଥିଲା ।

Leave a comment