ଶ୍ରୀମନ୍ଦିର ସିଂହଦ୍ଵାରରେ ଦେଖିବାକୁ ମିଳିଲା ମହାପ୍ରଭୁଙ୍କ ନାକଚଣା ଓ ଝୁମ୍ପା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁ ହେଉଛନ୍ତି ରସିକିଆ ଠାକୁର। ପ୍ରତି ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ବେଶରେ ବିଭୂଷିତ ହୋଇଥାନ୍ତି । ତେବେ ବଡ଼ସିଂହାର ବେଶରେ ବିଭୂଷିତ ହୋଇଥିବା ମହାପ୍ରଭୁଙ୍କ ନାକଚଣା ଏବଂ ଝୁମ୍ପା ସିଂହଦ୍ଵାରଠାରେ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରତିଟି ଧୂପ ସମୟରେ ନାକରେ ନାକଚଣା ପରିଧାନ କରିବା ସହ ମସ୍ତକରେ ଝୁମ୍ପା ପରିଧାନ କରିଥାନ୍ତି ।
ଏହାସହ ପ୍ରତ୍ୟେକଟି ଧୂପ ପରେ ମହାପ୍ରଭୁ ଆଡକାନି, ତାଡି, ହୃଦୟରେ ହୃଦପଲ୍ଲଭ, କରରେ କରପଲ୍ଲଭ, ଆଡକାନି ଓ ଚନ୍ଦ୍ରସୂର୍ଯ୍ୟ ଭଳି ବିଭିନ୍ନ ପ୍ରକାର ପୁଷ୍ପରେ ସୁସଜ୍ଜିତ ହୋଇଥାନ୍ତି । ତେବେ କରୋନା ଯୋଗୁଁ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ ସିଂହଦ୍ଵାରଠାରେ ଏହି ନାକଚଣା ଓ ଝୁମ୍ପା ଦୃଶ୍ୟ ଦେଖିବାକୁ ମିଳିଥିଲା ।