ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଲା ବଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ନେଇ ପ୍ରଶ୍ନ କଲେ ବଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରିବା ନେଇ କମିଶନଙ୍କୁ କାର୍ଯ୍ୟରେ ଲଗାଇଛନ୍ତି । ଯେଉଁଭଳି ଭାବରେ ସରକାର କହିଥିଲେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବ । ହେଲଡ଼ ଯାଜପୁରକୁ ଛାଡି କୌଣସି ଜିଲ୍ଲାରେ ପ୍ରକାଶ ପାଇଲା ନାହିଁ । ହେଲେ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶ ପାଇଲା ନାହିଁ । ଏପରିକି ପ୍ରତ୍ୟେକ ରାଜନୈତିକ ଦଳକୁ ମାଗଣାରେ ୪ଟି କପି ଦେବେ ବୋଲି ରାଜ୍ୟ ସରକାର କହିଥିଲେ । ହେଲେ କୌଣସି ଜିଲ୍ଲାର ଜିଲ୍ଲାପାଳ ଫାଇନାଲ ଭୋଟର ଲିଷ୍ଟ ଦେଲେନାହିଁ । ଏଥିରୁ ସ୍ପଷ୍ଟ ଭୋଟର ତାଲିକା ସମ୍ପୂର୍ଣ୍ଣ ସ୍ଵଚ୍ଛ ଭାବେ ପ୍ରସ୍ତୁତ କରାଯାଇନାହିଁ ।

ଉଦାହରଣ ସ୍ବରୂପ ଯାଜପୁର ଜିଲ୍ଲାର ଗୋଟିଏ ୱାର୍ଡର ଭୋଟର ତାଲିକାରେ ଅନ୍ୟ ପଞ୍ଚାୟତର ଭୋଟର ନାମ ୬୦ ଜଣଙ୍କର ଆସି ଅନ୍ୟ ୱାର୍ଡରେ ଭୋଟର ଭାବେ ତାଲିକା ରହିଛି । ଏହାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି । ତେଣୁ ବର୍ତ୍ତମାନ ପ୍ରଶ୍ନ ଭୋଟର ତାଲିକା ପ୍ରକାଶ ନ ହୋଇ କେମିତି ନିର୍ବାଚନ କରିବେ ରାଜ୍ୟ ସରକାର । ଏଥର ଭୋଟ ଗଣତି ଗୋଟିଏ ସ୍ଥାନରେ ହେବ । ଯଦି ଏପରି ହେବ ତେବେ ଗୋଟିଏ ଭୋଟ୍ ଗଣତି ଜୋନରେ ୭ ଶହ ଲୋକ ବସିବେ । ତେଣୁ କୋଭିଡ ସମୟରେ ଏତେ ଲୋକଙ୍କୁ ବସିବା ପାଇଁ କେଉଁଠି ବ୍ୟବସ୍ଥା କରିପାରିବେ । ତେଣୁ ଭୋଟ୍ ଗଣତିରେ ମଧ୍ୟ ସ୍ବଚ୍ଛତା ରହିବ ନାହିଁ । ତେଣୁ ରାଜ୍ୟ ନିର୍ବାଚନ କମିଶନ ଏଥିପ୍ରତି ଧ୍ୟାନ ଦେବେ ବୋଲି ଗୋଲକ ମହାପାତ୍ର କହିଛନ୍ତି ।

Leave a comment