ହାତୀ ଉଦ୍ଧାର ବେଳେ ଅଘଟଣ, ଭାସି ଗଲେ ସାମ୍ବାଦିକ ଓ କ୍ୟାମେରା ମ୍ୟାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀର ମୁଣ୍ଡୁଳି ବ୍ରିଜ ନିକଟରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେବ ଫସି ରହିଥିବା ହାତୀ ଉଦ୍ଧାର ସମୟରେ ଅଘଟଣ । ୬ ଜଣ ଓଡ୍ରାଫ୍ ଟିମ୍ ସହ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିବା କୁହାଯାଉଛି । ମାତ୍ର ବୋଟ ଟି ଓଲଟି ଯିବା ଫଳରେ ବୋଟ ରେ ଥିବା ୮ଜଣ ଯାକ ପାଣିରେ ଭାସି ଯାଇଥିଲେ । ଓଡ୍ରାଫ ଟିମ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୩ ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ ସହ ଜଣେ ସାମ୍ବାଦିକ ଏବଂ ଜଣେ କ୍ୟାମେରା ମ୍ୟାନ ଏକ ବୋଟରେ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ବୋଟ ଆଗକୁ ହାତୀ ଚାଲି ଆସିବାରୁ ଡଙ୍ଗାଟି ବୁଡି ଯଯାଇଥିଲା। ସେଥିରେ ଥିବା ସମସ୍ତ ବ୍ୟକ୍ତି ପାଣିରେ ଭାସି ଯାଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।