ମଞ୍ଚରୁ ପଡିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ, ପଢନ୍ତୁ କାହିଁକି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଞ୍ଚରୁ ତଳେ ପଡିଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ୯ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ପିଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ସମ୍ବୋଧନ କରିବାକୁ ମଞ୍ଚରେ ଚଢ଼ିଥିଲେ କେଜ୍ରିଓ୍ବାଲ। ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ କର୍ମୀ ମଞ୍ଚ ଉପରକୁ ଚଢିଯାଇଥିଲେ । ଫଳରେ ମଞ୍ଚ ଭୁଶୁଡି ଯାଇଥିଲା । ଏବଂ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ତଳେ ପଡିଯାଇଥିଲେ ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ ଭିତରୁ ବାହାରକୁ ଅଣାଯାଇଥିଲା। ପରେ ସେ ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ।