ରାଜ୍ୟରେ ୧୬ ଜୁଲାଇ ସକାଳ ୬ ଯାଏଁ ଆଂସିକ ଲକ୍‌ଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିବ । ମାନିବାକୁ ପଡିବ କରୋନା କଟକଣା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା- ‘A’ ଏବଂ ‘B’ରେ ବିଭକ୍ତ କରାଯାଇଛି । କାଟେଗୋରୀ ‘A’ରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।

ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଜିକରେ ସପ୍ତାହାନ୍ତ ସଟ୍ ଡାଉନ୍ ରହିବନି । ବସ୍ ଚଳାଚଳ ଏବଂ ଇନଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି ।

ସେହିଭଳି କାଟେଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

Leave a comment