ସୀତାରମଣଙ୍କ ସ୍ୱତନ୍ତ୍ର କରୋନା ପ୍ୟାକେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। କୋଭିଡ କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ୧ଲକ୍ଷ ୧୦ ହଜାର କୋଟି ସହାୟତା ରାଶି ଘୋଷଣା କରିଛନ୍ତି ସୀତାରମଣ। ଏହି ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟକ୍ଷେତ୍ର ଲାଗି ୫୦ ହଜାର କୋଟି ଏବଂ ଅନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କା ଦିଆଯିବ। ଏଥିସହିତ ହିତାଧିକାରୀ ୧ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇ ବିନିଯୋଗ କରିପାରିବେ। ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୫୦ ଲକ୍ଷ ଲୋକଙ୍କୁ ଋଣ ମିଳିବ। ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧ଲକ୍ଷ ୨୫ହଜାର ଯାଏ ଋଣ ଦିଆଯିବ। ଚାଷୀଙ୍କୁ ୧୪, ୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡି ମିଳିବ। ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବା ପାଇଁ ୯୩ ହଜାର କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ବିଶେଷ ଘୋଷଣା କରିଛନ୍ତି। ଏହାଦ୍ୱାରା ୧୧ ହଜାର ଟୁରିଷ୍ଟ ଗାଇଡଙ୍କୁ ସାହଯ୍ୟ କରାଯିବ। ଟ୍ରାଭେଲ ଏଜେନ୍ସିକୁ ୧୦ ହଜାର ପର୍ଯ୍ୟନ୍ତ ଋଣ ଦିଆଯିବା ସହ ପର୍ଯ୍ୟଟକ ଗାଇଡକୁ ୧ଲକ୍ଷ ଟଙ୍କାର ଋଣ ମିଳିବ। ଯାତ୍ରା ପ୍ରତିବନ୍ଧ ସମାପ୍ତ ହେବା ପରେ ଭାରତ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଭିସା ମାଗଣା କରାଯାଇଛି। ୫ଲକ୍ଷ ସରିବା ପର୍ଯ୍ୟନ୍ତ କିମ୍ବା ୨୦୨୨ ମାର୍ଚ୍ଚ ୩୧ ଯାଏଁ ଏହି ଯୋଜନା ଲାଗୁ ହେବ। ଜଣେ ପର୍ଯ୍ୟଟକ କେବଳ ଥରେ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ।

Leave a comment