କଖାରୁ ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଖାରୁ ଫୁଲ ଆମ ଓଡ଼ିଆମାନଙ୍କର ଏକ ପ୍ରିୟ ଖାଦ୍ୟ। ଏହାର ସ୍ୱାଦ ଯେମିତି ଟେଷ୍ଟି, ଏହା ଦେହ ପାଇଁ ବି ସେମିତି ହେଲଦି। କଖାରୁ ଭଳି ଏହାର ଫୁଲ ମଧ୍ୟ ଶରୀର ପାଇଁ ବେଶ୍‌ ହିତକାରକ। ଏହାର ଫୁଲକୁ ପିଠଉ ଆକାରରେ ଖିଆଯାଏ। ତେବେ ଆସନ୍ତୁ ଜାଣିବା କଖାରୁ ଫୁଲ ଖାଇବାର ଫାଇଦା ସମ୍ପର୍କରେ…

ଥଣ୍ଡା-କାଶରୁ ଦୂରେଇ ରଖେ:
କଖାରୁ ଫୁଲରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଥାଏ। ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଏହା ଖାଇବା ଦ୍ୱାରା ଥଣ୍ଡା-କାଶ ଦୂର ହୁଏ।

ଦୃଷ୍ଟିଶକ୍ତି ବଢ଼ାଏ:ଆଖି ପାଇଁ କଖାରୁ ଫୁଲ ଖୁବ୍‌ ଦରକାରୀ ହୋଇଥାଏ। ଏଥିରେ ଭିଟାମିନ୍‌ ଏ ରହିଥାଏ, ଯାହା ଦୃଷ୍ଟି ଶକ୍ତି ବଢ଼ାଏ।

ବଢ଼ାଏ ଇମ୍ୟୁନିଟି:
ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଖାରୁ ଫୁଲ ସାହାଯ୍ୟ କରେ।

ହାଡ଼କୁ ମଜଭୁତ କରେ:

ହାଡ଼କୁ ଶକ୍ତ ରଖିବାରେ କଖାରୁ ଫୁଲ ସହାୟକ ହୋଇଥାଏ। ହାଡ଼ ସହ ଦାନ୍ତ ଓ ମାଢ଼ିକୁ ବି ଏହା ମଜଭୁତ କରେ।

Leave a comment