ରାଜଧାନୀରେ ମୋବାଇଲ୍ ଓ ମଦ ସହ ୨୦ରୁ ଅଧିକ ଦୋକାନ ସିଲ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସପ୍ତାହନ୍ତ ସଟଡାଉନ୍ ଶେଷ ହେବା ପରେ ଆଜି ପୁଣି ଭୁବନେଶ୍ବରରେ ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। କୋଭିଡ୍ କଟକଣାକୁ ଉଲଂଘନ ଅଭିଯୋଗରେ ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ବିଏମସିର ୩ଟି ଯାକ ଜୋନରେ ପୋଲିସ ସହାୟତାରେ ଚଢାଉ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡାକଡି କରାଯାଇଛି। ନର୍ଥ ଜୋନରେ ବହୁ ଓମଫେଡ୍ ଦୋକାନକୁ ସିଲ୍ କରାଯିବା ସହ ଫାଇନ୍ ଆଦାୟ ହୋଇଛି।
ପୁରୀ ରୋଡରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କଠାରୁ ଜରିମନା ଆଦାୟ କରାଯାଇଛି। ବାପୁଜୀନଗରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ ସିଲ୍‌ । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ।

ସେହିଭଳି ଅଶୋକନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୋଲିସ । ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ବରରେ ହ୍ରାସ ପାଉନଥିବାରୁ ବିଏମସି ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି।
ପୂର୍ବରୁ ୟୁନିଟ-୧ ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ୟୁନିଟ-୪ ମାର୍କେଟ୍ ଓ ବପୁଜୀନଗର ମାର୍କେଟକୁ ମଧ୍ୟ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

Leave a comment