ଜମ୍ମୁ କଶ୍ମୀର ପରେ ଏବେ ଲଦାଖ-କାର୍ଗିଲ ପାଳି, କଥାବାର୍ତ୍ତା ପାଇଁ କେନ୍ଦ୍ରର ଡାକରା ଦେଶ- ବିଦେଶ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jun 27, 2021 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କଶ୍ମୀରର ନେତା ମାନଙ୍କ ସହିତ କେନ୍ଦ୍ରୀୟ ଦଳ ବୈଠକ କରିସାରିବା ପରେ ଏବେ ଲଦାଖ ଓ କାର୍ଗିଲର ପାଳି ପଡ଼ିଛି। ଲଦାଖ ଓ କାର୍ଗିଲର ନେତାମାନଙ୍କ ସହିତ ବୈଠକ ପାଇଁ କେନ୍ଦ୍ର ଡାକରା ଦେଇଛି। ଜୁଲାଇ ୧ ତାରିଖରେ ଏନେଇ ବୈଠକ ହେବ। ଗୃହ ରାଜ୍ୟ ମନ୍ତ୍ରୀ ଜି କିଶାନ ରେଡ୍ଡିଙ୍କ ଘରେ ଏହି ବୈଠକ ଦିନ ୧୧ଟାରେ ଅନୁଷ୍ଠିତ ହେବ। ବୈଠକରେ ସାମିଲ ହେବା ପାଇଁ ପୂର୍ବ ସାଂସଦ ଓ ସିବିଲ ସୋସାଇଟିର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। Related Posts ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ୭ ରେଳ… Jul 17, 2026 ଇସ୍ତଫା ଦେବାକୁ ବାଧ୍ୟ ହେବେକି ଧର୍ମେନ୍ଦ୍ର !! Jun 4, 2026 ସୂଚନା ଅନୁସାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଜମ୍ମୁ କଶ୍ମୀରର ନେତାଙ୍କ ସହିତ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟର ୧୪ ଜଣ ନେତା ସାମିଲ ଥିଲେ। NationalOdishaFast 0 Share FacebookTwitterGoogle+ReddItWhatsAppPinterestEmail