ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପୁରୀ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସଞ୍ଜୟ କୁମାର ଦାସବର୍ମାଙ୍କ ସମୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା (ୟାସ୍)ର ମୁକାବିଲା ପାଇଁ ପୁରୀ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏକ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ବାତ୍ୟାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ବାତ୍ୟାକୁ ତୁଟିଶୂନ୍ୟ ଭାବେ ମୁକାବିଲା କରିବା ସହିତ (zero casualty) ଉପରେ ଗୁରୁତ୍ୱ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାରେ ସମୁଦ୍ର ଏବଂ ଚିଲିକା ପ୍ରଭାବରେ ପ୍ରଭାବିତ ହେବାକୁ ଯାଉଥିବା କୃଷ୍ଣପ୍ରସାଦ,ବ୍ରହ୍ମଗିରି,ପୁରୀ ସଦର,ଗୋପ ଓ କାକଟପୁର ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହିତ ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ ଯୋଗେଇଦେବା ସହ କୋଭିଡ୍ ସଂକ୍ରମିତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ ଏବଂ ଧାନ ସଂଗ୍ରହ ବେବସ୍ଥା ଓ ମତ୍ସ୍ୟ ଜୀବୀଙ୍କର କ୍ଷେୟକ୍ଷତି ଯେଭଳି ନହୁଏ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କୁ ଗୁରୁତ୍ୱ ଦେବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।

Leave a comment