ମୂଷା ଯନ୍ତାରେ ନାଗସାପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୂଷାଙ୍କ ଠାରୁ ରକ୍ଷା ପାଇବାକୁ ବସିଥିଲା ଯନ୍ତା ମାତ୍ର ଫସିଗଲା ନାଗସାପ । ହଁ ଆଜ୍ଞା ଏମିତି ଘଟଣା ଘଟିଛି ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଆମ୍ରି ହସ୍ପିଟାଲର କ୍ୟାଣ୍ଟିନରେ ମୂଷା ଙ୍କ ଉପଦ୍ରବ ବଢି ଯିବାରୁ ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ରାତିରେ ଜନ୍ତା ବସା ଯାଇଥିଲା । ମାତ୍ର ସକାଳୁ ସେ ଜନ୍ତାରେ ମୂଷା ବଦଳରେ ଫସିଥିଲା ନାଗସାପ ।

କ୍ୟାଣ୍ଟିନରେ କର୍ମଚାରୀ ତୁରନ୍ତ ଏହି ଖବର ହସ୍ପିଟାଲ କତ୍ତୃପକ୍ଷଙ୍କୁ ଦେବାପରେ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପ୍ରଶାନ୍ତ ସାହୁ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ସାପର ଶରୀରରେ ଅଠା ଲାଗିଯାଇଥିବାରୁ ତାହା ଛଡ଼ାଇଲା ପରେ ତାକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ସ୍ନେକ ହେଲ୍ପଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍ ।

Leave a comment