ଶିକ୍ଷୟିତ୍ରୀଙ୍କୁ ଛୁରୀ ଭୁସି ନିଜ ବେକ କାଟିଲା ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୟାଗଡ ଜିଲ୍ଲା ଶରଣକୂଳ ଗୋଡିପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରୀ ଭୁସିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ଜଣେ ଯୁବକ ।
ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ଲିଲିନା ବେହେରା ନୟାଗଡ ଜିଲ୍ଲା ଶରଣକୂଳର ଗୋଡିପଡାରେ ଏକ ଭଡା ଘରେ ରହୁଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକ ସୁକାନ୍ତ ବେହେରା ଶିକ୍ଷୟିତ୍ରୀଙ୍କ ଘରେ ପଶି ଛୁରୀରେ ଆକ୍ରମଣ କରିଥିଲା । ଏହା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ।
ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଯୁବକଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।