୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ସମସ୍ତ ଆହାର କେନ୍ଦ୍ର। କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଲେ ସରକାର।
ଲୋକମାନେ ଧାଡ଼ିରେ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବେ। ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍ରେ ହାତ ଧୋଇବା ବ୍ୟବସ୍ଥା ରହିବ। ସବୁ ଜିଲ୍ଲାପାଳ, ମୁନିସିପାଲ୍, କର୍ପୋରେସନଙ୍କୁ ଏନେଇ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ।