କରୋନା ପାଇଁ ସ୍କୁଲ ବନ୍ଦ ହେବାର ଆବଶ୍ୟକ ନାହିଁ – ସମୀର ଦାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଦିଲ୍ଲୀରେ ଦୁଇ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ ହେଁ ଏଠାରେ ଏନେଇ ସ୍କୁଲ ବନ୍ଦ ହେବାର ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି। ସେ କହିଛନ୍ତି, “ଆମ ରାଜ୍ୟରେ କେହି କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି। ସେଥିପାଇଁ ରାଜ୍ୟରେ କୌଣସି ସ୍କୁଲ ବନ୍ଦ ହେବାର ଆବଶ୍ୟକ ନାହିଁ।” “କରୋନା ନେଇ ସ୍କୁଲ ମାନଙ୍କୁ ପୂର୍ବରୁ ଆଲର୍ଟ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଆଡଭାଇଜରି ଜାରି କରିଛନ୍ତି।”

ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଓଡ଼ିଶାର ମଧ୍ୟ ‘କରୋନା’ ସନ୍ଦିଗ୍ଧ ଚିହ୍ନଟ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପାରାଦୀପରେ ଦୁଇ ‘କରୋନା’ ସନ୍ଦିଗ୍ଧ ଦମ୍ପତ୍ତି କଟକ ବଡ ମେଡିକାଲର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ସମ୍ବଲପୁର ଭୀମସାରରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି।

Leave a comment