‘ପ୍ରଥମ ଶ୍ରେଣୀ ପିଲା କହିବେ ସ୍ପୋକନ ଇଂଲିଶ’
ଓଡିଶା ଫାଷ୍ଟ( ବ୍ୟୁରୋ): ଏଣିକି ସରକାରୀ ସ୍କୁଲରେ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ଖୁବ୍ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏଥିସହ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ଥିବା 100ଟି ସ୍କୁଲ ଅଫ୍ ଏକ୍ସିଲେନ୍ସିରେ ଇଂରାଜୀ ଶିକ୍ଷାକୁ ଗୁରତ୍ୱ ଦିଆଯିବ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଅନ୍ଲାଇନ କରାଯିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହେଉଛି। ନିମାପଡାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ବୈଠକରେ 294 ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସି, ବ୍ଲକ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଅଧିକାରୀମାନେ ଯୋଗ ଦେଇଥିଲେ । ମୋ ସରକାର, ମାଟ୍ରିକ ପରୀକ୍ଷା, ସରକାରୀ ଯୋଜନାରେ ଅନୁଦାନ ଅର୍ଥର ବିନିଯୋଗ, ଫୋନି କ୍ଷତିଗ୍ରସ୍ତ ବିଦ୍ୟାଳୟର ପୁନରୁଦ୍ଧାର ସହ 19 ଟି ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା।