ବିଜୟ ମହାପାତ୍ରଙ୍କୁ ପୁଣି କଣଠେସା, ମହାକାଳପଡା ସମାବେଶକୁ ଆସିଲେନି

0

ଓଡିଶା ଫାଷ୍ଟ( ବ୍ୟୁରୋ)  : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ବିଜେପି ପୁଣି ଅଣଦେଖା କରିଛି। ଗତକାଲି  ମହାକାଳପଡ଼ାରେ ବିଜେପ ପକ୍ଷରୁ ସିଏଏ ସମର୍ଥନରେ ବିଜେପିର ବିଶାଳ ସମାବେଶ ହୋଇଥିଲା। ବିଜୟ ମହାପାତ୍ର ହେଉଛନ୍ତି ଏହି ମାଟିର ପୁଅ । ତଥାପି ସେ ଉକ୍ତ ସମାବେଶରେ ଅନୁପସ୍ଥିତ ଥିଲେ ।  ଯାହାକୁ ନେଇ ବିଜୟଙ୍କ ସମର୍ଥନମାନେ ସଭାସ୍ଥଳରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ କାହିକିଁ ଦଳ ଏତେ ବଡ଼ସଭାକୁ ବିଜୟଙ୍କୁ ଅଣଦେଖା କଲା । ଏହାର କାରଣ କଣ ।

ସୂଚନା ଅନୁସାରେ ମହାକାଳପଡ଼ା ସଭା ପୂର୍ବଦିନ ରାତିରେ ବିଜୟ ମହାପାତ୍ରଙ୍କୁ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ବିଜୟ ଅସନ୍ତୋଷ ପ୍ରକାର କରିଥିଲେ । ଦଳ ତାଙ୍କୁ ସେତେଟା ଗୁୁରୁତ୍ୱ ଦେଉନାହିଁ ତାହା ଏହି କଥାରୁ ସ୍ପଷ୍ଟ ଜଣାପଡ଼ିଛି । ବିଜୟଙ୍କୁ ପୂର୍ବରୁ ଦଳ ଯେପରି ଅଣଦେଖା କରିଥିଲା ବୋଲି ସେ ଅଭିଯୋଗ କରି ଦଳ ଛାଡ଼ିଥିଲେ ଏବେ ସେହିପରି ଅବସ୍ଥା ହୋଇଥିବା ଜଣାପଡ଼ିଛି ।

Leave a comment