ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ବିସ୍ଫୋରଣ ଘଟି ଭାଙ୍ଗି ପଡ଼ିଲା କୋଠାଘର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲାକି ଏହାର ପ୍ରଭାବରେ ବିସ୍ଫୋରଣ ଘଟି କୋଠାଘରଟି ଭାଙ୍ଗି ପଡ଼ିଥିଲା । ଦିଲ୍ଲୀର ପୀରଗଡ଼ିସ୍ଥିତ ଏକ ବ୍ୟାଟେରି କାରଖାନାରେ ଆଜି ଭୋରରୁ ଏହି ଅଗ୍ନିକାଣ୍ଡ ଘଟିଛି । ୩୫ଟି ଦମକଳ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ ।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪.୨୦ ମିନିଟରେ ଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ସ୍ଥିତ ଏକ ବ୍ୟାଟେରି କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲାକି ବ୍ୟାଟେରି ଫାଟି କୋଠର କିଛି ଅଂଶ ଭାଙ୍ଗି ପଡିଥିଲା । ଅଗ୍ନିଶମ କର୍ମଚାରୀଙ୍କ ଓ କେତେକ ଲୋକ ସେଥିରେ ଅଟକି ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ‘ଏନଡିଆରଏଫ’ ଙ୍କ ସାହାଯ୍ୟ ଲୋଡ଼ାଯାଇଥିଲା ।

Leave a comment