ଆଧାର ନାହିଁ ତ ଭତ୍ତା ନାହିଁ…

0

ଓଡିଶା ଫାଷ୍ଟ (ବ୍ୟୁରୋ): ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।  ତେଣୁ  ଆଧାର ସଂଯୋଗ କରି ନଥିଲେ ଏପ୍ରିଲ 1 ରୁ ହିତାଧିକାରୀଙ୍କୁ ଭତ୍ତା ମିଳିବ ନାହିଁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମାଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ 15  ଭିତରେ ପେନସନଧାରୀମାନେ ଆଧାର ଲିଙ୍କ୍ କରିବାକୁ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।  ଏବେ ରାଜ୍ୟରେ 49 ଲକ୍ଷ 24 ହଜାର 191 ଜଣଙ୍କୁ ମିଳୁଛି ଭତ୍ତା। ସେଥିମଧ୍ୟରୁ 39 ଲକ୍ଷ 5 ହଜାର 975 ଜଣଙ୍କ ଆଧାର ଲିଙ୍କ ହୋଇଛି। ସେଥିରୁ 35ଲକ୍ଷ 43 ହଜାର 358 ଜଣଙ୍କ ଆଧାର ଯାଞ୍ଚ ହୋଇସାରିଛି। ତେବେ ମାତ୍ର 9ଲକ୍ଷ 90 ହଜାର 785 ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରାଯାଇଛି।

Leave a comment