ଛାତ୍ରୀଙ୍କୁ ଅସଦାଚରଣ, ଘଟଣା ଚାପିବାକୁ ସ୍କୁଲ କତ୍ତୃପକ୍ଷଙ୍କ ଉଦ୍ୟମ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଥିବା ଏକ ଜଣାଶୁଣା ଘରୋଇ ଇଂରାଜୀ ମିଡ଼ିଅମ ସ୍କୁଲରେ ଏକ ସାଙ୍ଘାତିକ ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏହି ଘଟଣାକୁ ସ୍କୁଲ ପକ୍ଷରୁ ଚାପିଦେବାକୁ ଉଦ୍ୟମ କରାଯାଉଛି । ସ୍କୁଲର କିଛି ଛାତ୍ରଛାତ୍ରୀ ଏଘଟଣା ସମ୍ୱନ୍ଧରେ ବାହାରେ ପ୍ରକାଶ କରିବାରୁ ଏହା ଲୋକଲୋଚନକୁ ଆସିଛି । ଏହାକୁ1 ନେଇ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ଛୁଆଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏହି ଘରୋଇ ବିଦ୍ୟାଳୟର ଜଣେ ନବମ ଶ୍ରେଣୀର ଛାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଅସଦାଚରଣ କରିଛନ୍ତି । ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍କୁଲ ଟଇଲେଟ ଯାଇଥିବା ସମୟରେ ଉକ୍ତ ଛାତ୍ର ତାଙ୍କୁ ଅସଦାଚରଣ କରିଥିଲେ । ମାତ୍ର ଏହି ଘଟଣାକୁ ସ୍କୁଲ କତ୍ତୃପକ୍ଷ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ବଦନାମ ଭୟରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହାକୁ ନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।