ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶିର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ରାହାମା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

0

ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନ ମଣ୍ଡଳୀର ରାହାମା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜୁ ଜନତା ଦଳ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶିର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଜୁଜନତା ଦଳର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ସେ ବାବଦରେ ଜନତାଙ୍କୁ ପଚାରିଥିଲେ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜୁ ଜନତା ସରକାର ମାଗଣା ବିଜୁଳି ଦେବ ବୋଲି କହିଥିଲେ। ସେହିପରି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ । ବିଜେପି ମେନିଫେଷ୍ଟୋରେ ଲେଖିଛି ସେମାନେ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରିବେ। ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ପରିବାର ଏଥିରେ ସାମିଲ ହୋଇପାରିବେ, ଅଧା ଲୋକ ଉପକୃତ ହେବେ। ବି.ଏସ୍.କେ.ୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି ବୋଲି କହିଥିଲେ। ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀଙ୍କ ସମେତ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହି ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।

Leave a comment