୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଶୁଭେଚ୍ଛା

0

୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ୧୪ଟି ସରକାରୀ କର୍ମଚାରୀ ସଂଘ ନବୀନ ନିବାସରେ ଭେଟି ଶୁଭେଛା ଜଣାଇଛନ୍ତି । ରୁପାନ୍ତରଣ ଓଡିଶା ଆଗେଇ ଚାଲିଥିବାରୁ ଭିକେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ଉତ୍ସାହିତ ହୋଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନରେ ମୁଖ୍ୟ ସେନାପତି ସାଜିଥିବା ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ।

କର୍ମଚାରୀ ମାନେ ବେଶ ଉତ୍ସାହିତ ହୋଇଛନ୍ତି । ଆଗାମୀ ଦିନରେ ଓଡିଶା ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବାରେ ଲାଗିଛନ୍ତି ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ । ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଭେଟିବା ସହ, ଆଗାମୀ ଦିନରେ ସେମାନଙ୍କ ସମସ୍ୟା ପୁରଣ ହେବା ଦିଗରେ ଆଶା ରଖିଛନ୍ତି । ଏହି ସଂଘମାନେ ୫ଟି ଚେୟାରମ୍ୟାନଙ୍କୁ ଭେଟିଛି ଶୁଭେଛା ଜଣାଇଛନ୍ତି ।

Leave a comment