ଆଜି ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଆଜି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୩,ଗଜପତି ଜିଲ୍ଲାରୁ ୫୬,କଟକ ଜିଲ୍ଲାରୁ ୨୯, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ୱର ଜିଲ୍ଲାରୁ ୨୮, ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀର ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୧୭, ଯାଜପୁର ଜିଲ୍ଲାରୁ ୧୬, ଝାରସୁଗୁଡ଼ା ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୩୭, ମୟୂରଭଞ୍ଜ ଜିଲ୍ଲାରୁ ୧୪, ନବରଙ୍ଗପୁର ଜିଲ୍ଲାରୁ ୭, ନୟାଗଡ଼ ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୪, ରାୟଗଡ଼ା ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।

Leave a comment