ଜଙ୍ଗାଲିଙ୍ଗା ମନ୍ଦିର ପରିଦର୍ଶନ କଲେ ୫ଟି ସଚିଵ
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଅଇତାପାଲି ଗ୍ରାମରେ ଥିବା ଜଙ୍ଗାଲିଙ୍ଗା ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିଵ ଭି.କେ. ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକ, କର୍ମକର୍ତ୍ତା ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତି ପାଇଁ ଯାହା ଆବଶ୍ୟକତା ରହିଛି ତାହାକୁ ଖୁବଶୀଘ୍ର ପୂରଣ କରାଯିଵ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଦାବି ପୂରଣ କରାଯିଵ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି ।