ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅରାବଳ ପଞ୍ଚାୟତ ନାଳକୂଳ ଗ୍ରାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ ବଖରା ଛପର ଘର ପୋଡି ପାଉଁଶ ହୋଇଯାଇଛି । ଗାଁର ମନ୍ଦରା ମଳିକ, ଚନ୍ଦରା ମାଲିକଙ୍କ ଘର ପୋଡିଯାଇଥିବା ଜଣାପଡିଛି । ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

Leave a comment