୪୩ ଜଣ ନୂଆ ମନ୍ତ୍ରୀ ଭାବେ ନେଲେ ଶପଥ, ଆଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରୀ ହେବା ନେଇ ସର୍ବ ପ୍ରଥମେ ଆକଳନ କରିଥିଲା ଓଡ଼ିଶା ଫାଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରାୟ ଦୁଇମାସ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ପଶ୍ଚିମବଙ୍ଗ ନିର୍ବାଚନରେ ପରାସ୍ତ ପରେ, ଆଗକୁ ଥିବା ୟୁପି ନିର୍ବାଚନରେ ଏହାର ପ୍ରଭାବ ପଡିବା ଆଶଙ୍କାରେ ବିଜେପି ଚିନ୍ତିତ ହୋଇଯାଇଥିଲା । ତେଣୁ କିଛି ଅସନ୍ତୁଷ୍ଟ ନେତାଙ୍କୁ ମନ୍ତ୍ରୀପଦ ଦେବା ଅତ୍ୟନ୍ତ ଜରୁରୀ ହୋଇଯାଇଥିଲା । କରୋନା ମହାମାରୀ ପାଇଁ ଏଥିରେ ଟିକେ ବିଳମ୍ବ ହୋଇଥିଲେ ମଧ୍ୟ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଘଟିଛି । କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ସେଇହିସବାରେ ଆଞ୍ଚଳିକ ମିଡ଼ିଆରେ ଓଡ଼ିଶା ଫାଷ୍ଟ ଆକଳନ କରିଥିଲା । ଏହି ତାଲିକାରେ ଆଶ୍ୱିନୀ ବୈଷ୍ଣବଙ୍କ ନାଁ ଆଗରେ ଥିବା ସର୍ଵ ପ୍ରଥମେ ଓଡ଼ିଶା ଫାଷ୍ଟ ହିଁ କହିଥିଲା । ଏହା ପରେ ବୈଜୟନ୍ତ ନାଁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା ମାତ୍ର ଶେଷ ମୁହୂର୍ତ୍ତରେ ମନ୍ତ୍ରୀପଦ ଦୌଡ଼ରେ ମୟୁରଭଞ୍ଜର ବିଶେଶ୍ୱର ଟୁଡୁ ଏହି ଦୌଡ଼ରେ ଆଗକୁ ଆସିଥିଲେ ।

ମୋଦିଙ୍କ ନୂତନ ମନ୍ତ୍ରିମଣ୍ଡଳରେ ୪୩ ଜଣ ସାମିଲ ହୋଇଛଛନ୍ତି । ମୋଦିଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାମାନେ ହେଲେ :
ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, କିରେନ ରିଜଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନୁସୁଖ ମାଣ୍ଡବୀୟ, ଭୂପେନ୍ଦ୍ର ଯାଦବ, ପୁରୁଷୋତମ ରୁପାଲା, ଜି.କିସାନ ରେଡ୍ଡୀ, ଅନୁରାଗ ସିଂହ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂହ ପଟେଲ, ଡକ୍ଟର ସତ୍ୟପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରାଣ୍ଡଲାଜେ, ଭାନୁ ପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମୀନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, କୁଶଲ କିଶୋର, ଅଜୟ ଭଟ୍ଟ, ବିଏଲ ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିହ୍ନ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ଡକ୍ଟର ସୁବାସ ସରକାର, ଡକ୍ଟର ଭଗବନ କିସାନରାଓ କରାଡ଼, ଡକ୍ଟର ରାଜକୁମାର ରଞ୍ଜନ ସିଂହ, ଡକ୍ଟର ଭାରତୀ ପ୍ରବୀନ ପାୱାର, ବିଶେଶ୍ୱର ଟୁଡ଼ୁ, ଶାନ୍ତନୁ କୁମାର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ ବର୍ଲା, ଡକ୍ଟର ଏଲ ମୁରୁଗନ ଓ ନିଶିଥ ପରମାଣିକ ।
ପଦ ହରାଇ ମନ୍ତ୍ରୀମାନେ ହେଲେ:
ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ), ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ(ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ), ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ), ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ), ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ), ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ), ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ), ରାଓ ସାହେବ ଧାନଭେ ପାଟିଲ(ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ), ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ), ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ) ।
।