ବ୍ରିଟେନ୍‌ରୁ କୋଲ୍‌କାତା ଫେରିଥିବା ଆଉ ୩ଜଣ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିସେମ୍ବର ୨୦ ତାରିଖ ଦିନ ଲଣ୍ଡନ୍‌ରୁ କୋଲ୍‌କାତା ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟୂନ ତିନିଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ସେମାନେ ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ କି, ନାହିଁ ଜାଣିବାକୁ ସୁନିଶ୍ଚିତ ହେବା ନିମନ୍ତେ ତାଙ୍କ ନମୁନା ‘ଜିନୋମ୍‌ ସିକ୍ୱେନ୍‌ସିଙ୍ଗ୍‌’ ଲାଗି ପଠାଯାଇଛି। ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ କହିଛନ୍ତି ଯେ, ଚିହ୍ନଟ ତିନି ଆକ୍ରାନ୍ତଙ୍କୁ କୋଲ୍‌କାତାରେ ଥିବା ସରକାରୀ ଡାକ୍ତରଖାନାରେ ପୃଥକ୍‌ବାସରେ ରଖାଯାଇଛି
ଡିସେମ୍ବର ୨୦ ତାରିଖ ବିମାନରେ ଲଣ୍ଡନ୍‌ରୁ ଆସିଥିବା ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜେଣ ନୂତନ ‘ଷ୍ଟ୍ରେନ୍‌’ର ଭୂତାଣୁଦ୍ୱାରା ସଂକ୍ରମିତ ବୋଲି ପରେ ଜଣାପଡ଼ିଥିଲା। ଡିସେମ୍ବର ୨୦ ତାରିଖ ଦିନ ଲଣ୍ଡନ୍‌ରୁ କୋଲ୍‌କାତା ଆସିଥିବା ୨୨୨ ଯାତ୍ରୀଙ୍କ ମଧ୍ୟରୁ ଏହି ପାଞ୍ଚଜଣ କୋଭିଡ୍‌-୧୯ ଆକ୍ରାନ୍ତ ଥିବା କଥା ଜଣାପଡ଼ିଥିଲା। ଡିସେମ୍ବର ୨୩ରୁ ସରକାର ଇଂଲଣ୍ଡ୍‌କୁ ବିମାନ ଚଳାଚଳ ବନ୍ଦ କରିବା ପୂର୍ବରୁ ତାହା ଥିଲା ସେଠାରୁ କୋଲ୍‌କାତାକୁ ଶେଷ ବିମାନ ଉଡ଼ାଣ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନାଭାଇରସ୍‌ଦ୍ୱାରା ସଂକ୍ରମିତ ହୋଇଥିବା ସମୁଦାୟ ୫,୫୩,୦୦୦ ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟୂନ ୧୧,୬୦,୦୦ ଜଣ ହେଉଛନ୍ତି ଉତ୍ତର ୨୪ ପ୍ରଗଣାର ଏବଂ ୧୨, ୩୦, ୦୦ ହେଉଛନ୍ତି କୋଲ୍‌କାତାର।

Leave a comment