ମଦ୍ୟପ ମୋଟର୍ବାଇକ୍ ଚାଳକଙ୍କୁ ୨୨ ହଜାର ୫ଶହ ଟଙ୍କା ଜରିମନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ସୁନ୍ଦରଗଡ଼ ମାଟରଯାନ ନିରୀକ୍ଷକଙ୍କ ହାବୁଡ଼ରେ ପଡ଼ି ଜଣେ ମଦ୍ୟପ ବାଇକ୍ ଚାଳକ ୨୨ ହଜାର ୫ ଶହ ଟଙ୍କା ଜରିମାନା ଗଣିଛନ୍ତି। ଯାହା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ରାଜଗାଙ୍ଗପୁର ରାଣୀବନ୍ଧ ଛକରେ ସୁନ୍ଦରଗଡ଼ କନିଷ୍ଠ ମଟରଯାନ ନିରୀକ୍ଷକ ବିକାଶ ମିଶ୍ରଙ୍କ ନେତୃତ୍ବରେ ପୁଲିସ ଟିମ୍ ଗାଡ଼ିମଟର ଯାଞ୍ଚ କରୁଥିଲା। ଠିକ୍ ଏହି ସମୟରେ ରାଉରକେଲା ଜଲଦା ଅଞ୍ଚଳରୁ ଆସୁଥିବା ଲିଭବାନ ବଡ଼ ନାମକ ଜଣେ ଯୁବକଙ୍କ ବାଇକ୍ (ଓଡି-୧୪ ଇ-୫୮୯୯)କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା ଟିମ୍। ଯାଞ୍ଚରେ ସେ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଏହା ଛଡ଼ା ଡ୍ରାଇଭିଂ ଲାଇସେନ୍ସ, ବୀମା ଓ ଅନ୍ୟ କାଗଜପତ୍ର ନଥିଲା। ମଦ ପିଇ ଗାଡ଼ି ଚାଳନା ପାଇଁ ୧୦ ହଜାର ଓ ଡ୍ରାଇଭିଂ, ବୀମା ଓ ଅନ୍ୟ କାଗଜପତ୍ର ନଥିବାରୁ ୧୨୫୦୦ ଟଙ୍କା ଜରିମାନା କରାଯାଇଥିଲା।