ପୋଡିୟମ ଉପରକୁ ଡାଲି ଫିଙ୍ଗି ସସପେଣ୍ଡ ହେଲେ ୨ ବିଜେପି ବିଧାୟକ

0

ଆଜି ବିଧାନସଭାରେ ବିରୋଧୀ ବିଧାୟକଙ୍କ ଅଜବ କାରନାମା ଦେଖିବାକୁୁ ମିଳିଥିଲା । ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ପ୍ର୍ରଥମେ ହୋହାଲ୍ଲା କରିଥିଲେ ଓ ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ ।

ପଲିଥିନରେ ଡାଲି ଆଣି ପୋଡିୟମ ଉପରକୁ ଫିଙ୍ଗିଥିଲେ ବିଜେପି ବିଧାୟକ । ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କ ଏପରି କାର୍ଯ୍ୟ ଲାଗି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏହି ଦୁଇ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରାଯାଇଛି ।

Leave a comment