ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ

0

ଭୁବନେଶ୍ୱର: ଜାନୁୟାରୀ ୬ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏଣୁ ମୁଖ୍ୟମନ୍ତ୍ରୀ କୌଣସି ଜନସାଧାରଣଙ୍କୁ ଏହି ଅବସରରେ ଭେଟିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏହିଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଅଭିଯୋଗ ଶୁଣାଣି ହୋଇପାରିବ ନାହିଁ ବୋଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ପୂର୍ବ ଘୋଷଣା ଅନୁସାରେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପାଇଁ ସ୍ଥିର କରାଯାଇଥିଲା। ଏଥିନେଇ ପୂର୍ବରୁ ୧୦୦୦ ଲୋକଙ୍କୁ ଭେଟିବା ଲାଗି ବ୍ୟବସ୍ଥା କରାଯାଇଛି। ଭେଟିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ୍‍ ବ୍ୟବସ୍ଥା କରାଯାଇଛି। ପ୍ରତି ମାସରେ ୪ ଥର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଭେଟିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକ କାର୍ଯ୍ୟ ବ୍ୟବସ୍ତତା ହେତୁ ମାସରେ ତିନିଥର ଏପରି କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ଏହିଭଳି ଆସନ୍ତା ସୋମବାରକୁ ଅଭିଯୋଗ ଶୁଣାଣିରୁ ବାଦ୍‍ ଦିଆଯାଇଛି।

Leave a comment