ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଶୀତ ଦିନେ ପିଅନ୍ତୁ ଏହି ୩ଟି ପାନୀୟ

0

ଶୀତ ଦିନେ ଶରୀର ଯତ୍ନ ଅଧିକ ନେବାକୁ ପଡ଼ିଥାଏ। ଯେଉଁଥି ପାଇଁ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଜରୁରୀ ହୋଇଥାଏ।ଶୀତଦିନେ ଆମ ଶରୀରରୁ ଜଳିୟ ଅଂଶ କମିବା ସହ ଶାରୀରି ଅସୁସ୍ଥ କରିଦିଏ। ଏହାସହ ଜଳୀୟାଂଶ କମିବା କାରଣରୁ ଆମ ସ୍କିନ୍ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ତେଣୁ ଆଜି ଆମେ ଆପଣକୁ ଏପରି କିଛି ପାନୀୟ ବିଷୟରେ କହିବୁ ଯାହା ଶରୀରକୁ ଶୀତଦିନେ ହାଇଡ଼୍ରେଟ ରଖିଥାଏ ।

୧-କମଳା ଚୋପା ଚା:

ଏହାକୁ ପ୍ରସ୍ତୁତ କରିବା ପାଇଁ ଦରକାର ଅରେଞ୍ଜର ଚୋପା ।ଯାହାକୁ ହାଲକା ଭାବରେ ଗ୍ରାଇଣ୍ଡ କରିବା ସହ ସେଥିରେ ଅଦା ରସ ଏକ ଚାମଚ ମିଶାନ୍ତୁ ।ଏଥିରେ କିଛି ଡ଼ାଲ୍‌ଚିନି ଗୁଣ୍ଡ ପକେଇକି ଗୋଟେ କପ୍ ପାଣି ରେ ଫୁଟାଇ ଛାଣି ପିଅନ୍ତୁ।

ଏହାକୁ ଖାଇବାପରେ ପିଅନ୍ତୁ ।ଏଥିରେ ଶରିରୁ ବିଷାକ୍ତ ପଦାର୍ଥ ଦୂର ହେବା ସହ ଫ୍ରେସ ଲାଗିବ।

୨- ଅଦା ଆପେଲ୍ ସାଇଡ଼ର ଭିନେଗାର ଚା:

ଏଥିପାଇଁ ଛୋଟ ଖଣ୍ଡେ ଅଦା ଓ ୨-୩ଟି ଲବଙ୍ଗ, ଗୋଟେ ଚାମଚ ଆପେଲ୍ ସାଇଡ଼ର ଭିନେଗାର ମିଶାଇ ଫୁଟାନ୍ତୁ। ଏବଂ ତାହାକୁ ଛାଣି ଚା ଭଳି ପିଅନ୍ତୁ ।ଏହଦ୍ୱାରା ବଦ୍‌ହଜମୀ ଦୁର ହୁଏ । ଶରୀର ଆଦ୍ରତା ବଜାୟ ରୁହେ। ଏହାକୁ ଖାଦ୍ୟ ଖାଇବା ପରେ ପିଇପାରିବେ।

୩- ହଳଦୀ ଓ ଗୋଲମରିଚ ଚା:

ଏଥିପାଇଁ ଅଧା ଚାମଚ ହଳଦୀ ଓ ଅଧ ଚାମଚରୁ କମ୍ ଗୋଲମରିଚ ନେଇ ସେଥରେ ଅଳ୍ପ କିଛି ଗୁଜୁରାତି ପକାଇ ତାକୁ ଫୁଟାଇ ଦିଅନ୍ତୁ । ଏହାକୁ ରାତିରେ ଶୋଇବା ପୁର୍ବରୁ ପିଇବା ଅଧିକ ଲାଭଦାୟକ ହୋଇଥାଏ । ଏହା ଇମ୍ୟୁନିଟି ବଢଇବା ସହ ଶରୀରରୁ ଦରଜ କମ୍ କରେ ।

Leave a comment