ଯଦି ଆପଣଙ୍କ ଘର ପାଖେ ଥାଏ ଏହି ଗଛ ତେବେ ଖୁବଶୀଘ୍ର ହୋଇଯିବେ ଦାଣ୍ଡର ଭିକାରୀ

0

ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଆଜି ଆମେ ଜାଣିବା ଘର ପାଖରେ କେଉଁ ସବୁ ଗଛ ରଖିବା ଦ୍ବାରା ଆପଣଙ୍କର କି କ୍ଷତି ହୋଇଥାଏ । କେଉଁ ଗଛ ଘର ପାଖରେ ରଖିବା ଉଚିତ୍ ଓ କେଉଁ ଗଛ ଘର ପାଖରେ ରଖିବା ଉଚିତ୍ ନୁହେଁ ତାହା ଆଜି ଆମେ ଜାଣିବା । ଅତୀତ କାଳରେ ଭୂତ ପ୍ରେତ ର ଭୟ ଯୋଗୁ ଲୋକ ମାନଙ୍କୁ ତାଙ୍କ ଘର ଆଗରେ କିଛି ନରମ କାଣ୍ଡ ଥିବା କଣ୍ଟା ଗଛ ଲଗାଇବାକୁ କୁହାଯାଏ। ଶିମୁଳି, ଜାମୁ ଆଦି ଗଛ ଲଗାଇଲେ ଏହାର ଡାଳ ପବନରେ ଭାଙ୍ଗି ଘର ଉପରେ ପଡ଼ି ଧନ ଜୀବନ କ୍ଷୟ ହେବାର ଆଶଙ୍କା ରହିଥାଏ । କଣ୍ଟା ଜାତୀୟ ଗଛ ଘର ପାଖରେ ଲଗାନ୍ତୁ ନାହିଁ । କମଳା, ଲେମ୍ବୁ, ବେଲ ଆଦି ଦେହ ପାଇଁ ବହୁତ ହିତକାରୀ ହୋଇଥିବାରୁ, ଏହି କଣ୍ଟା ଜାତୀୟ ଗଛ କୁ ଘର ପାଖରେ ଲଗାଇବା ଦ୍ବାରା କିଛି କ୍ଷତି ହୋଇନଥାଏ ।

ତେନ୍ତୁଳି ଗଛର ପବନ ଦେହ ପାଇଁ ବହୁତ କ୍ଷତିକାରକ, ତେଣୁ ତେନ୍ତୁଳି ଗଛକୁ ଘର ପାଖରେ ରଖିବା ଉଚିତ୍ ନୁହେଁ । ଯଦି ଘରର ଦକ୍ଷିଣ ରେ ଲିମ୍ବ ଗଛ ଥାଏ ତେବେ ଏହା ଘର ପାଇଁ ବହୁତ ଶୁଭ । ଘର ପାଖରେ ସଜନା ଗଛ ଲଗାଇବା ପାଇଁ ମଧ୍ୟ ମନାକରା ଯାଇଅଛି । କାରଣ ଆମକୁ ସମ୍ବାଳୁଆ ପ୍ରତି ସାବଧାନ ରହିବାକୁ ପଡ଼ିଥାଏ, ତେଣୁ ସଜନା ଗଛରେ ସମ୍ବାଳୁଆ ରହୁଥିବାରୁ ଏହି ଗଛକୁ ଘର ପାଖରେ ରଖିବା ଉଚିତ୍ ନୁହେଁ । ଏବେ ଚାଲନ୍ତୁ ଜାଣିବା କେଉଁ କେଉଁ ଗଛ ଘର ପାଇଁ ଶୁଭ ଓ କେଉଁ କେଉଁ ଗଛ ଘର ପାଇଁ ଅଶୁଭ, ଘର ପାଇଁ ଶୁଭ ଗଛ ମଧ୍ୟରେ ରହିଛି, ଅଶୋକ, ଅରଖ,କଦଳୀ,ଯୁଇ,ପଦ୍ମ, ବେଲ, ନିମ୍ବ, ଅଁଳା,ଗୁଆ,ତୁଳସୀ ଏହି ସବୁ ଗଛ ଘର ପାଖରେ ରହିବା ଅତ୍ୟନ୍ତ ଶୁଭ ବିଚାର କରାଯାଏ । ବର, ଅଶ୍ଵସ୍ତ,ଆମ୍ବ, ପଣସ, ତେନ୍ତୁଳି, ଅର୍ଜୁନ, କରଞ୍ଜ ଓ କୋଳି ଜାତୀୟ ଏହି ସବୁ ଗଛ କୁ ଘର ପାଖରେ ରଖିବା ଅଶୁଭ ବୋଲି ବିଚାର କରାଯାଏ ।

ଏବେ ଆପଣ ମାନେ ଜାଣିଲେ ତ କେଉଁ କେଉଁ ସବୁ ଗଛ ଘର ପାଖରେ ଲଗାଇବା ଘର ପାଇଁ ଶୁଭ କିମ୍ବା ଅଶୁଭ ହୋଇଥାଏ । ତେବେ ଯଦି ଆପଣ ଆପଣଙ୍କ ଘର ପାଇଁ ଶୁଭ ଚାହୁଁଛନ୍ତି ତେବେ, ଅଶୋକ,ଅରଖ,କଦଳୀ, ଜୁଇ,ବେଲ,ନିମ୍ବ,ଅଁଳା,ଗୁଆ,ତୁଳସୀ ଆଦି ଗଛକୁ ନିଜ ଘର ନିକଟରେ ଲଗାନ୍ତୁ ଏହା ଦ୍ବାରା ଆପଣଙ୍କୁ ସର୍ବଦା ଶୁଭ ଫଳ ମିଳିଥାଏ ଓ ସବୁ କାମରେ ସଫଳତା ମଧ୍ୟ ମିଳିଥାଏ ।

ହେଲେ ଯଦି ଆପଣଙ୍କ ଘର ପାଖରେ,ବର, ଆମ୍ବ,ପଣସ,ତେନ୍ତୁଳି, କିମ୍ବା କୌଣସି କୋଳି ଜାତୀୟ ଗଛ ଅଛି ତେବେ ସେହି ସବୁ ଗଛ ଗୁଡ଼ିକୁ ଯଥା ସମ୍ଭବ ଘର ନିକଟରୁ ଉଠାଇଦିଅନ୍ତୁ, କାରଣ ଏହା ର ଅଶୁଭ ପ୍ରଭାବ ଆପଣଙ୍କ ଘର ଉପରେ ସବୁବେଳେ ପଡ଼ିଥାଏ, ତେଣୁ ଏହି ସବୁ ଗଛକୁ ଘର ନିକଟରୁ ଉଠାଇଦିଅନ୍ତୁ ।

Leave a comment