ବିଶ୍ୱକେତନ ହେବେ ପିପିଲିର କଂଗ୍ରେସ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ସାନି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଅଜିତ ମଙ୍ଗରାଜଙ୍କ ପତ୍ନୀ ଓ ପରିବାର ଲୋକ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେବାରୁ ନୂଆ ଚେହେରାକୁ ଭରସା କରିଛି ଦଳ। ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ କରିବାକୁ କଂଗ୍ରେସ ସ୍ଥିର କରିଥିବା ସୂଚନା ମିଳିଛି।
ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥିତ୍ୱକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୋହର ମାରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ବିଶ୍ୱକେତନ କଂଗ୍ରେସ ସେବା ଦଳର ପୁରୀ ଜିଲ୍ଲା ଆବାହକ ଅଛନ୍ତି। ବାରବୋଇ ପଦଯାତ୍ରାର ଶୃଙ୍ଖଳିତ ସମାପନ କରିବାରେ ବିଶ୍ୱକେତନଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ପିପିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସବ କମିଟି ବିଶ୍ୱକେତନଙ୍କ ନାଁକୁ ସୁପାରିସ କରିଥିବା ଜଣାପଡ଼ିଛି।

Leave a comment