କୃଷି ଆଇନ ପ୍ରତ୍ୟାହର ନିଷ୍ପତ୍ତିକୁ ନବୀନଙ୍କ ସମର୍ଥନ, ଚାଷୀଙ୍କ ସ୍ୱାର୍ଥରେ ବିଜେଡ଼ି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୃଷକ ଆନ୍ଦୋଳନରେ ପଡ଼ିଛି ପୂର୍ଣ୍ଣଛେଦ। ୩ କୃଷି ଆଇନ ପ୍ରତ୍ୟାହାର ପରେ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି ଆନ୍ଦୋଳନରତ ଚାଷୀଙ୍କ ପାଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ୱାଗତ କରିବେ ବୋଲି ଟ୍ୱିଟର ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଓଡ଼ିଶା ସରକାର ସର୍ବଦା ଚାଷୀଙ୍କ ସାଥିରେ । ଚାଷ ଓ ଚାଷୀର ଉନ୍ନତି ଆମ ସରକାରର ପ୍ରଧାନ ଉଦ୍ଦେଶ୍ୟ । ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ମଧ୍ୟ ଟ୍ୱିଟ କରି କହିଛନ୍ତି ନବୀନ ।